Home ରାଜ୍ୟ ଗୁଡ ନ୍ୟୁଜ ଇଣ୍ଡିଆ’ ର ଅଧକ୍ଷ୍ୟ ଫୟାଜ ରେହେମାନଙ୍କ ନାଁରେ ଆସିଛି ଯୈ।ନ ନିର୍ଯାତନାର ଅଭିଯୋଗ...

ଗୁଡ ନ୍ୟୁଜ ଇଣ୍ଡିଆ’ ର ଅଧକ୍ଷ୍ୟ ଫୟାଜ ରେହେମାନଙ୍କ ନାଁରେ ଆସିଛି ଯୈ।ନ ନିର୍ଯାତନାର ଅଭିଯୋଗ !

ଢେଙ୍କାନାଳ: ସେଲଟର ହୋମ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ତେବେ ଢେଙ୍କାନାଳରେ ବେଲଟିଗିରି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭିତରେ ଝିଅ ମାନଙ୍କୁ ଶାରୀରିକ ଶୋଷଣ କରୁଥିବା ଅଭିଯୋଗ ଆସିଛି । ଏହି ସଂସ୍ଥାରେ ଥିବା ମୁଖ୍ୟ ଫୟାଜ ରେହେମାନ, କ୍ୟାମେରା ସାମ୍ନାରେ ଝିଅଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଛି ।ସେପଟେ ଜଣେ ଅଭିଯୋଗକାରିଣୀ କହିଛନ୍ତି ଯେ, ବଡ଼ ପିଲାମାନଙ୍କୁ ହିଁ ଆଂଟି କରିବାକୁ ଡାକନ୍ତି ଆଉ ଏପରି କରନ୍ତି । ଏବଂ ତାଙ୍କ କଥା ନଶୁଣିଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି । କେବେ କେବେ ରୁମରୁ ମଧ୍ୟ ବାହାର କରିଦିଅନ୍ତି । ଶାରିରୀକ ଓ ମାନସିକ ନିର୍ଯାତନା ଦିଅନ୍ତି ।
ସେହିପରି ଆଉ ଜଣେ ବାଳକ ଅଭିଯୋଗ କରିଛନ୍ତି , ସେଠାରେ ଆମକୁ କୁକର, ଭିକାରୀ କୁହନ୍ତି ଓ ସେପରି ବ୍ୟବହାର ମଧ୍ୟ କରନ୍ତି । ଏପରିକି ସେଲଟର ହୋମରେ ସେମାନଙ୍କୁ ବିଧା, ଚାପୁଡ଼ା ମାରିବା କଥା ମଧ୍ୟ ଅତି ସାଧାରଣ ।
ଏମିତି ଆଉ ଏକ ଅଭିଯୋଗ ଆସିଛି ,ଫୟାଜ ରେହେମାନ ସେଲଟର ହୋମର ପୁଅଙ୍କୁ ଏଭଳି ସ୍ନେହ କରିବାକୁ ଚାହୁଁ ନଥିବା ବେଳେ କେବଳ ଝିଅଙ୍କୁ ସ୍ନେହ କରିବା ବାହାନାରେ ଅସଦାଚରଣ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ସାମାଜିକ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯାଇଛି । କାରଣ ଏପରି ନକେଲ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ହେଲେ ସେମାନେ କ୍ୟାମେରା ସାମ୍ନାରେ ସବୁକିଛି କଥା କହିଛନ୍ତି ।

ସୂଚନା ମୁତାବକ, ପ୍ରଶାସନର ଅଗଚୋରରେ ଗୁଡ ନ୍ୟୁଜ ଇଣ୍ଡିଆ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚାଲିଛି । ତେବେ ସଂସ୍ଥାଟି ୨ ବର୍ଷ କାଳ ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଯାଂଚ କରାଯାଇନଥିଲା । କେତେ ପିଲା ରହୁଛନ୍ତି, କ’ଣ କରୁଛନ୍ତି ସଂସ୍ଥା କେମିତି ଚାଲିଛି ଏନେଇ କିଛି ତଥ୍ୟ ନଥିଲା । ତେବେ ପରିଚାଳନା ଅସୁବିଧା ଯୋଗୁଁ ଏବେ ଘଟଣା ସାମ୍ନାକୁ ଆସିଥିବା ଜଣାପଡିଛି ।
ଅନ୍ୟପଟେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ସଂସ୍ଥାର ପରିଚାଳନା ଦାୟିତ୍ୱରେ ଥିବା ସୀମାଂଚଳ ନାୟକ । ଯେଉଁ ପିଲାମାନେ ଏହି ଅଭିଯୋଗ ଆଣିଛନ୍ତି ସେମାନଙ୍କୁ ସାମୁହିକ ଛୁଟିରେ ପଠାଇଦେବା ପାଇଁ ମଧ୍ୟ ଷଡ଼ଯନ୍ତ୍ର ଚାଲିଛି ।