Home ଦେଶ- ବିଦେଶ ଗୁଗଲ୍ ଏମିତି ଅନ୍ଦାଜରେ ଶୁଭେଚ୍ଛା ଜଣାଇଲା ମେରି ଖ୍ରୀଷ୍ଟମାସ୍ !

ଗୁଗଲ୍ ଏମିତି ଅନ୍ଦାଜରେ ଶୁଭେଚ୍ଛା ଜଣାଇଲା ମେରି ଖ୍ରୀଷ୍ଟମାସ୍ !


ଭୁବନେଶ୍ୱର : ଆଜି ହେଉଛି ୨୫ ଡିସେମ୍ବର ଅର୍ଥାତ ଭଗବାନ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ଏହି ଦିନକୁ ସାରା ବିଶ୍ୱରେ ବହୁତ ଧୁମାରେ ମନଯାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ଏହି ଦିନକୁ ବହୁତ ଖୁସିରେ ମନାନ୍ତି । ଆଜିର ଏଭଳି ଖୁସିର ଦିନକୁ ଦୁନିଆର ବୃହତମ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ( google ) ବି ନିଆରା ଅନ୍ଦାଜରେ ଶୁଭେଚ୍ଛା ଜଣାଇଛି ବିଶ୍ୱ ବାସୀଙ୍କୁ । ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ୨ଟି ସାଣ୍ଟା କ୍ଳଜ ଚେୟାର ପକାଇ ବସିଛନ୍ତି । ଗୁଗଲର ଏଲ୍( L ) ସ୍ଥାନରେ କ୍ରୀସମାସର ବୃକ୍ଷ ରହିଛି । ଗୁଗଲ ଏହି ଅକ୍ଷର ଗୁଡିକୁ ବହୁତ ସୁନ୍ଦର ଭାବରେ ସଜାଇଛି । ତେବେ ଏହି ଦିନକୁ କ୍ରୀସମାସ ବା ବଡ଼ ଦିନ କୁହାଯାଏ । ଏହି ଦିନରେ ଛୋଟ ପିଲାମାନେ ସାଣ୍ଟା କ୍ଲଜକୁ ଅପେକ୍ଷା କରିଥାନ୍ତି, କାରଣ ସାଣ୍ଟା ଆସିଲେ ବିଭିନ୍ନ ପ୍ରକାରର ଗିଫ୍ଟ ସେମାନଙ୍କୁ ଦେବ ।