Home ରାଜ୍ୟ ଗଳାକାଟି ହତ୍ୟାକଲା ଯୁବତୀ; ହତ୍ୟାର କାରଣ ଅସ୍ପଷ୍ଟ,ପୋଲିସର ତଦନ୍ତ ଜୋରଦାର !

ଗଳାକାଟି ହତ୍ୟାକଲା ଯୁବତୀ; ହତ୍ୟାର କାରଣ ଅସ୍ପଷ୍ଟ,ପୋଲିସର ତଦନ୍ତ ଜୋରଦାର !

ଭୁବନେଶ୍ୱର: ଲିଙ୍ଗରାଜ ଥାନା ଗୌରି ନଗର ଲେନଂ ୫ରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀ ତାଙ୍କ ରୁମ ମେଂଟକୁ ନିର୍ମମ ଭାବେ ତଂଟି କାଟି ହତ୍ୟା କରିଛି । ଉକ୍ତ ହତ୍ୟାକାରୀ ଯୁବତୀଙ୍କ ଘର କୋଣାର୍କ ଅଂଚଳର ହୋଇଥିବା ବେଳେ ହତ୍ୟାର ଶିକାର ହୋଇଥିବା ଯୁବତୀ ଘର ବାଲେଶ୍ୱର ବସ୍ତା ଅଂଚଳ ହୋଇଥିବା ଜଣାପଡ଼ିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏହାକୁ ପ୍ରେମ ଜନୀତ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି । ହତ୍ୟାକାରୀ ଯୁବତୀ ଅଳକା ନନ୍ଦା ଏକ ସ୍ୱସ୍ଥାସେବୀ ସଂଗଠନରେ କାମ କରୁଥିବା ବେଳେ ମୃତ ଯୁବତୀ ଅନୀତା ମିଶ୍ର ଏକ କନ୍ସଟାଲିନ୍ସସି କମ୍ପାନୀରେ କାମ କରୁଥିଲେ । ତେବେ ପୋଲିସ ହତ୍ୟାକାରୀ ଯୁବତୀକୁ ଅଳକାକୁ ଅଟକ ରଖି ପଚରାଉଚରା କରୁଥିବା ଜଚ୍ଚା ପଡ଼ିଛି ।