Home ରାଜ୍ୟ ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓ ନିପାତ ଅଭିଯାନ; ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ !

ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓ ନିପାତ ଅଭିଯାନ; ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ !


ବରଗଡ଼: ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଚାଲିଛି ମାଓ ନିପାତ ଅଭିଯାନ । ଏହି ମାଓ କମ୍ବିଂ ଅପରେସନରେ ଡ଼ିଭିଏଫ , ପୋଲିସ ଓ ସିଆରପିଏଫ ଜବାନ ସାମିଲ ହୋଇଥିଲେ । ଆଜି ପାଇକମାଳ ଥାନା ଅନ୍ତର୍ଗତ ମନଭଙ୍ଗ ଡ଼୍ୟାମ ଠାରେ ମାଓ ମେଳି ବାନ୍ଧିଥିବା ଖବର ପାଇବା ପରେ ସୁରକ୍ଷା କର୍ମୀମାନେ ଏହି ଅଭିଯାନ ଆରମ୍ଭ କରିଛି । ପ୍ରଥମେ ପୋଲିସ ପକ୍ଷରୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲେ ମଧ୍ୟ ମାଓବାଦିମାନେ ଓଲଟା ଗୁଳିଚାଳଣା କରିଥିଲେ । ଏଥିରେ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଳ୍ଲା ମାଓ ଡିଭିଜନର କର୍ମୀମାନେ ରହିବାସହ ମାଓନେତା ରବିନ୍ଦ୍ର ରହିଥିବା ଜଣାପଡ଼ିଛି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲେ ମଧ୍ୟ ମାଓବାଦିମାନେ ଛତ୍ରଭଙ୍ଗ ଦେଇଥିଲେ । ସେମାନଙ୍କ ଠାରୁ ୧୬ଟି ଖାଲି ଖୋକା, ଗୋଟିଏ ଧାରୁଆଛୁରୀ ଓ ବହୁ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଏହି ମାଓ ନିପାତ ଅଭିଯାନରେ ମାଓନେତା ରବିନ୍ଦ୍ର ସମେତ ତାର ସହଯୋଗୀ ଆହତ ହୋଇଥିବା ପଦ୍ମପୁର ଏସଡିପିଓ ଲକ୍ଷ୍ମିନାରାୟଣ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।