Home ଖେଳ କ୍ରିକେଟ ର ଭଗବାନ ଆସୁଛନ୍ତି ବଢାଇବାକୁ ହକି ର ହାର୍ଟବିଟ୍ ।

କ୍ରିକେଟ ର ଭଗବାନ ଆସୁଛନ୍ତି ବଢାଇବାକୁ ହକି ର ହାର୍ଟବିଟ୍ ।

ସଚିନ ତେନ୍ଦୁଲକର ଆଜି ଆସି ରାଜଧାନୀ ଭୂବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପହଁଚିବେ । ବିଶ୍ୱକପ ହକିର ଉଦ୍ଯାପନୀ ଉତ୍ସବରେ ଯୋଗ ଦେବାପାଇଁ ଭୂବନେଶ୍ୱର ଆସୁଛନ୍ତି ବୋଲି ଟ୍ୱୁଟ୍ କରିଛନ୍ତି ସଚିନ୍ । ତେବେ ସଚିନ ଙ୍କ ଉପସ୍ଥିତି ଲକ୍ଷଲକ୍ଷ ଫ୍ୟାନ୍ ଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱୁଟ୍ ରେ ଲେଖିଛନ୍ତି, ଏହାସହ ସଚିନ୍ ଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଭରତୀୟ ଟିମ୍ ବିଶ୍ୱକପରୁ ବିଦାହେବା ପରେ , ସଚିନ ଙ୍କ ଆସିବାକୁ ନେଇ ପୁଣି ଦର୍ଶକଙ୍କ ମଧ୍େୟର ଉତ୍ସାହ ବଢିଯାଇଛି । ଏହାପୂର୍ବରୁ ହକି ପାଇଁ ବଲିଉଡର କିଙ୍ଗଖାନ୍ , ମାଧୁରୀ ଦିକ୍ଷୀତ୍ , ଓସ୍କାର ବିଜେତା ଏ.ଆର.ରେହମାନ୍ ତଥା ଭାଇଜାନ ସଲମାନ ଖାନ୍ ପ୍ରମୁଖ ଓଡିଶା ଆସିଥିଲେ ।
ସଚିନଙ୍କ ଆସିବାକୁ ନେଇ କଳିଙ୍ଗ ଷ୍ଟାଡିୟମ ରେ ସୁରକ୍ଷାବ୍ୟବସ୍ଥା ସହ ଯାଚଂକୁ କଡାକଡି କରାଯାଇଛି । ଏନେଇ ଗ୍ୟାଲେରି ଭିତରେ ଷ୍ଟାଡିୟମ ଭିତରେ ବାହାରେ ମଧ୍ୟ ଯାଚଂକୁ କଡାକଡି କରାଯାଇଛି । ୩୦ ଜଣ ଆଗ୍ନିକ ମଧ୍ୟ ମୃତୟନ ହେବେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।
ସୁଚନାମୁତାବକ ପୁଲିସ୍ ଡିଜି,କମିଶନର,ଡିସିପି , ୮୫ଜଣ ଏସ୍ପି ପାହ୍ୟାର ଅଧିକାରି , ୧୮୫ ଜଣ ଏସ୍ପି , ୪୦ ଜଣ ଆଇଆଇସି ଏବଂ ୪୦୦ ଜଣ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏହାସହ ଷ୍ଟାଡିୟମକୁ ସ୍ୱତନ୍ତ୍ର ଏସ୍ଓଜି କମାଣ୍ଡର ଜଗିବା ସହ ପ୍ରତି ଗ୍ୟାଲେରି ରେ ଗୁଇନ୍ଦା ପୁଲିସ ମୃତୟନ ହୋଇଛନ୍ତି ।