Home ଖେଳ କ୍ରିକେଟ୍ : ଆଗାମି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଦଳକୁ ଫେରିଲେ...

କ୍ରିକେଟ୍ : ଆଗାମି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଦଳକୁ ଫେରିଲେ ଧୋନି !

New Delhi: File Photo- Cricket captain M S Dhoni on Wednesday steps down as India's limited overs captain. PTI Photo (PTI1_4_2017_000253B)


ଭୁବନେଶ୍ୱର : ଆଗାମି ଦିନିକିଆ ଓ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳ ଏହି ସିରିଜ ଗୁଡିକ ଅଷ୍ଟ୍ରଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଦିର୍ଘଦିନ ପରେ ଦଳରେ ସ୍ଥାନ ପାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂ ଧୋନି ଅେ୍େଟଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚରେ ଖେଳିବେ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଭାରତୀୟ ଦିନିକିଆ ଦଳରୁ ଋଷଭ ପନ୍ତ ଓ ଆଜିଙ୍କ୍ୟ ରାହେଣଙ୍କୁ ବାଦ୍ ଦିଆଯାଇଛି । କିନ୍ତୁ ଦିନେଶ କାର୍ତ୍ତିକ ନିଜ ସ୍ଥାନ ବଜାୟ ରଖିଛନ୍ତି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଖଲିଲ ଅହମ୍ମଦ ପୁଣିଥରେ ଦଳକୁ କମବ୍ୟାକ୍ କରିଛନ୍ତି ।ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ୱିକେଟକିପର ଭୂମିକାରେ ନଜର ଆସିବେ ଧୋନି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଋଷଭ ପନ୍ତଙ୍କୁ ଦଳରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୧୨ ଜାନୁଆରୀରୁ ଆରମ୍ଭ ହୋଇ ୧୮ ଜାନୁୟାରୀରେ ଶେଷ ହେବ । ସେହିପରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୩ ଜାନୁୟାରୀରୁ ଆରମ୍ଭ ହେବ ।