Home ଦେଶ- ବିଦେଶ କୋହୋଲା ପବନ ଯୋଗୁ ଥଣ୍ଡାରେ ଥରୁଛି ଦିଲ୍ଲୀ !

କୋହୋଲା ପବନ ଯୋଗୁ ଥଣ୍ଡାରେ ଥରୁଛି ଦିଲ୍ଲୀ !


ଭୁବନେଶ୍ୱର : ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଅତ୍ୟଧିକ ହେବାରୁ ଜନ ଜୀବନ ଅସ୍ତବ୍ୟସ୍ଥ । ଦିଲ୍ଲୀରେ ଦିନକୁ ଦିନ ଶୀତର ପ୍ରକୋପ ବଢିବାରେ ଲାଗିଛି । ପାଣିପାଗ ବିଭାଗର ସୁଚନା ଆଧାରରେ ଉତ୍ତର ଦିଗରୁ କୋହୋଲା ପବନ ବୋହିବା କାରଣରୁ ଏଠାରେ ଅତ୍ୟଧିକ ଥଣ୍ଡା ଅନୁଭବ କରାଯାଉଛି । ଏବଂ ଆଗାମି ଦିନମାନଙ୍କରରେ ଏହିଭଳି ଥଣ୍ଡାର ପ୍ରଭାବ ରହିବ । ଅତ୍ୟଧିକ ଥଣ୍ଡା କାରଣରୁ ଏଠାରେ ଦିଲ୍ଲୀବାସିଙ୍କ ବାହରକୁ ବାହାରିବା ମୁସ୍କିଲ ହୋଇପଡିଛି । ଦିଲ୍ଲୀରେ ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ତେବେ ଏଠାରେ ଦିନରେ ସୂର୍ଯ୍ୟକିରଣ ପଡୁଥିବା ଯୋଗୁ ଟିକିଏ ଆଶ୍ୱସ୍ତି ପାଉଛନ୍ତି ଦିଲ୍ଳୀବାସିନ୍ଦା ।