Home ଦେଶ- ବିଦେଶ କେନ୍ଦ୍ର ସରକାର ଶୁଣେଲେନି ଚାଷୀର ଚିକ୍ତାର, ପୁଣି ଚାଷୀ କରୁଛନ୍ତି ଆନ୍ଦୋଳନ, ଆଜି ଘେରିବେ...

କେନ୍ଦ୍ର ସରକାର ଶୁଣେଲେନି ଚାଷୀର ଚିକ୍ତାର, ପୁଣି ଚାଷୀ କରୁଛନ୍ତି ଆନ୍ଦୋଳନ, ଆଜି ଘେରିବେ ସଂସଦ !

ଭୁବନେଶ୍ୱର: ଦିନକୁ ଦିନ ବଢିବାରେ ଲାଗିଛି ଚାଷୀ ଆନ୍ଦୋଳନ । ନିଜର ହକ ପାଇବା ପାଇଁ ଲଢିବାରେ ଲାଗିଛନ୍ତି ସଂଗଠନ । ତେବେ ସେହିପରି ପୁଣି ଶହଶହ ଚାଷୀମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ସେମାନେ ତାଙ୍କର ବିଭିନ୍ନ ଦାବୀକୁ ନେଇ ୨ ଦିନିଆ କିଷାନ ମୁକ୍ତି ପଦଯାତ୍ରାରେ ସାମିଲ ହୋଇଛନ୍ତି ଚାଷୀ । ସେପଟେ ଦେଶରେ ଥିବା ମୋଟ ୨୦୦ କୃଷକ ସଂଗଠନକୁ ନେଇ ଏହି ଆନ୍ଦୋଳନ ହେଉଥିବା ସୂଚନା ମିଳିଛି । ତେବେ ଆଜି ପାଖାପାଖି ୧୫ ହଜାରରୁ ଉର୍ଧ୍ୱ ଚାଷୀ ସଂସଦ ଅଭିମୁଖେ ଶୋଭାଯାତ୍ରା କରିବେ ବୋଲି ଜଣାପଡିଛି ।
ଅନ୍ୟପଟେ ଚାଷୀମାନେ ଦାବୀ କରିଛନ୍ତି ଯେ ,କେନ୍ଦ୍ର ସରକାର ଚାଷୀମାନଙ୍କ ସହ ଆଲୋଚନ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ କରନ୍ତୁ। ପୂର୍ବରୁ ମଧ୍ୟ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ସେହି ସମୟରେ ସରକାରଙ୍କ ପକ୍ଷରୁ ଦିଲ୍ଲୀ ମଧ୍ୟକୁ କୌଣସି ଚାଷୀଙ୍କୁ ପ୍ରବେଶ କରାଇଦିଆଯାଇନଥିଲା । ଏହାସହ ଚାଷୀଙ୍କ ଉପରକୁ ଲାଠିମାଡ ସହ ପାଣି ମୋଡ ହୋଇଥିଲା । ତେଣୁ ପୋଲିସ-ଚାଷୀ ଏଳରକମ ମୁହାଁମୁହିଁ ହୋଇଥିଲେ । ତେବେ ପରେ ସରକାରଙ୍କ ସହ ଆଲୋଚନ ହୋଇଥିଲା । କିନ୍ତୁ ସରକାର ତାଙ୍କର ଦାବୀ ପୂରଣ କରିନଥିବାରୁ ଚାଷୀମାନେ ପୁଣି ଆନ୍ଦୋଲନକୁ ଓହ୍ଲାଇଥିବା ନେଇ ସୂଚନା ମିଳିଛି ।