Home ରାଜ୍ୟ କେନ୍ଦ୍ରାପଡା ଜିଲ୍ଲା ଦୁମୁକା ଗ୍ରାମରେ ଚାଚଂଲ୍ୟ ପାରିବାରିକ କଳହରୁ ମାଆ କୁ ମାରିଦେଲା ପୁଅ

କେନ୍ଦ୍ରାପଡା ଜିଲ୍ଲା ଦୁମୁକା ଗ୍ରାମରେ ଚାଚଂଲ୍ୟ ପାରିବାରିକ କଳହରୁ ମାଆ କୁ ମାରିଦେଲା ପୁଅ

250

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଦୁମୁକା ଗ୍ରାମରେ ପାରିବାରିକ କଳହକୁ ଭିତ୍ତିକରି ପୁଅ ନେଲା ମାଁର ଜୀବନ । ସୁଚନାଅନୁଯାୟୀ ଅଭିଯୁକ୍ତଙ୍କ ନାଁ କମଳାକାନ୍ତ କାଣ୍ଡି ଏବଂ ମୃତ ମହିଳା ଥିଲେ ତୁଳସୀ କାଣ୍ଡି । କମଳାକାନ୍ତଙ୍କ ଭଉଣୀ ଶାଶୂ ଘର ଛାଡି ବାପଘରେ ରହୁଥିଲେ, ଏ ନେଇ ଘରେ ସବୁବେଳେ ଝଗଡା ଲାଗି ରହୁଥିଲା । ଗତକାଲି ମଧ୍ୟ ଝଗଡା ଚାଲିଥିବା ବେଳେ କମଳାକାନ୍ତ ନିଜ ଭାରସ୍ୟାମ ହରାଇ ଥିଲେ । ପରିଣାମ ସଦୃଶ୍ୟ କୁକୁଡା କଟା ଚାପଡରେ ମାଁ ତୁଳସୀଙ୍କୁ ଆକ୍ରମଣ କରିଥିଲେ, ଯାହାଦ୍ୱାରା ତୁଳସୀ କାଣ୍ଡି ଙ୍କ ପଛମୁଣ୍ଡରେ ଆଘାତ ଲାଗିଥିଲା ଓ ସେଠାରେ ସେ ଟଳି ପଡିଥିଲେ ।
ତେବେ ତୁଳସୀ କାଣ୍ଡିଙ୍କ ମର ଶରୀରକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ କୁକୁଡା ଫାର୍ମରେ ଲୁଚାଇବା ବେଳେ ଧରା ପଡିଥିଲେ କମଳାକାନ୍ତ । ଡେରାବିଶ ପୁଲିସ୍ ଘଟଣାସ୍ଥଳରେ ପହଁଚି ହତ୍ୟାକାରୀକୁ ଗିରଫ କରିବା ସହ ନିଜଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହାସହ ହତ୍ୟକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଡବତ କରିଛି ।