ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକ ଅଫ ଇଣ୍ଡିଆର ସଭାପତି ରାମଦାସ ଅଠାବେଲେଙ୍କୁ ଜଣେ ଯୁବକ ଶକ୍ତ ଚାପୁଡା ମାରିଛି । ସୂଚନା କ୍ରମେ କେନ୍ଦ୍ରମନ୍ତ୍ରୀ ମୁମ୍ବାଇ ଥାନା ନିକଟସ୍ଥ ଅମ୍ବରନାଥ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ମଂଚରୁ ମନ୍ତ୍ରୀ ଓହ୍ଲାଇଲା ବେଳକୁ ଜଣେ ଯୁବକ ତାଙ୍କୁ ଶକ୍ତ ଚାପୁଡା ମାରିଥିଲା । ମାରିବା କ୍ଷଣି ସେହି ସ୍ଥାନ ଛାଡି ଦୌଡି ପଳାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ମନ୍ତ୍ରୀଙ୍କ ସମର୍ଥକ ଯୁବକ ଜଣକୁ ଧରିନେଇଥିଲେ, ତା’ ପରେ ତାକୁ ନିସ୍ତୁକ ମାଡ ମାରିଥିଲେ । ମରାଠା ସଂରକ୍ଷଣକୁ ନେଇ କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ବୟାନ ଦେଇଥିଲେ । ସେ କହିଥିଲେ, ରାଜ୍ୟ ସରକାର ଯେଭଳି ସଂରକ୍ଷଣ ଦେଇଛନ୍ତି, ତାହା ଆଇନସମ୍ମତ ନୁହେଁ । ଏହି ମନ୍ତବ୍ୟ ପରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେଙ୍କ ଉପରେ ଆକ୍ରମଣ ହୋଇଛି ।