Home ରାଜ୍ୟ କିଣୁନି ମିଲର, ଶୁଣିଲାନି ସରକାର; ଧନୀ,ସାହୁକାରଙ୍କ କରଜ ଚାଷୀ ପରିବାରରେ ଅଭାବ ନିଆଁ ଲଗାଇଲା !

କିଣୁନି ମିଲର, ଶୁଣିଲାନି ସରକାର; ଧନୀ,ସାହୁକାରଙ୍କ କରଜ ଚାଷୀ ପରିବାରରେ ଅଭାବ ନିଆଁ ଲଗାଇଲା !

କୋରାପୁଟ: କିଣୁନି ମିଲର, ଯେତେ ଗୁହାରୀ କଲେ ମଧ୍ୟ ଶୁଣୁନି ସରକାର । ମଣ୍ଡିରୁ ଉଠୁନି ଧାନ, ହାଡ଼ ଭଙ୍ଗା ଶୀତ କାକରରେ ପେଶି ହେଲାଣି ଚାଷୀ । ଏଭଳି ସ୍ଥିତି ସାରା ପଶ୍ଚିମ ଓଡ଼ିଶାରେ ଲାଗିରହିଥିବା ବେଳେ କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ସ୍ଥିତି ହେଲାଣି ଅଣାୟତ । ଏପରିକି ଚାଷୀ ଆନ୍ଦୋଳନ ରାଜନøତିକ ରୂପ ନେଇ ପ୍ରଶାସନ ବିରୋଧି ଜନଆନ୍ଦୋଳନ ସୃଷ୍ଟି ହେଲାଣି । ଆଜି ବୋରିଗୁମ୍ମାର ୧୭ଟି ପଂଚାୟତର ଶତାଧିକ ଚାଷୀ କଂଗ୍ରେସ ନେତୃତ୍ୱରେ ୫ ଘଂଟିଆ ଜୟପୁର ବନ୍ଦ ଡ଼ାକରା ଦେଇଥିଲା । ଯାହାଫଳରେ କିଛି ଘଂଟା ପାଇଁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍ ହେବାସହ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡ଼ିଥିଲା । ସୂଚନା ମୁତାବକ ମଣ୍ଡିରେ ଚାଷୀଙ୍କ ଠାରୁ ମିଲର ଧାନର ଉପଯୁକ୍ତ ମୂଲ୍ୟରେ କିଣୁନଥିବା ସହ କାଟ୍ ଝାଟ୍ ନୀତି ଅପଣାଉଛି । ଯାହାଫଳରେ ଚାଷୀ ଓ ମିଲରଙ୍କ ବିବାଦ ବଢିବାରେ ଲାଗିଛି । ଏପରି ସମୟରେ ନେତା, ପ୍ରଶାସନ ନିକଟରେ ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିବା ଚାଷୀ ଅଭିଯୋଗ ଆଣିଛି । ଯାହାକୁ ନେଇ ଚାଷୀ ଆନ୍ଦୋଳନର ପନ୍ଥା ଆପଣାଉଥିବା କହିଛି । ଏହାସହ ଯଦି ସରକାର ତୁରନ୍ତ ଏହାର ପ୍ରତିକାର ନକରନ୍ତି ତାହେଲେ ଆନ୍ଦୋଳନକୁ ତିବ୍ରତର କରିବା ନେଇ ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଚାଷ ଆରମ୍ଭରୁ କିଛି ଚାଷୀ ଗାଁ ଧନୀ,ସାହୁକାରଙ୍କ ଠାରୁ କରଜ ଆଣିଥିବା ବେଳେ ଆଉ କିଛି ଚାଷୀ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିଲେ । ଚାଷ ଆରମ୍ଭରୁ ଅଦିନିଆ ବର୍ଷା ଦାଉ ସାଜିଥିବା ବେଳେ କଛି ଅଂଚଳରେ ଚକଡ଼ା ମଧ୍ୟ ସର୍ବନାଶ କରିଛି । ରୋଗ ଦାଉରୁ ରକ୍ଷା କରିବା ପାଇଁ ନକଲି କିଟକାଶକ ପ୍ରୟୋଗ ମଧ୍ୟ କିଛି କାମରେ ଆସିନଥିଲା । ଏପରିକି ଚାଷୀ ଯେଉଁ ଅମଳ କରିଛି ତାହା ଘର ପୋଡ଼ିରୁ କୁଟାଖିଅ ଶଦୃଶ୍ୟ ହୋଇଛି । ବର୍ଷ ଆରମ୍ଭରୁ ନକଲି କିଟନାଶକ କଳାବଜାରୀ ରୋକିବା ପାଇଁ ପ୍ର।।ସନ ନିକଟରେ ଅଭିଯୋଗ, ଆନ୍ଦୋଳନ କରିଥିଲେ ମଧ୍ୟ କାର୍ଯ୍ୟ ଶୂନ । ଗୋଟାଏ ପଟେ ସରକାର ଓ ମିଲରଙ୍କ ଅସାଂଧୁ ମେଂଟ ବାନ୍ଧିଥିବା ବେଳେ ଅପରପକ୍ଷେ ଅଭାବି ଚାଷୀ ପରିବାରରେ କରଜର ନିଆଁ ଲାଗିଛି । ଏହି ଅଭାବି ନିଆଁ ଏବେ ରାଜରାସ୍ତାରେ ଠିଆ ହେଲାଣି । କିନ୍ତୁ କେବେ ସରକାରଙ୍କ ମିଲର ପ୍ରେମ ଭାଙ୍ଗିବ ଆଉ ନ୍ୟାୟ ପାଇବେ ସାଧାରଣ ଚାଷୀ । ତାହା ଦେଖିବାକୁ ବାକି ରହିଲା ।