Home ରାଜ୍ୟ କାଳିଆ ଯୋଜନାର ଶୁଭାରମ୍ଭ ଆଜି !

କାଳିଆ ଯୋଜନାର ଶୁଭାରମ୍ଭ ଆଜି !


ଭୁବନେଶ୍ୱର : ଆଜି ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ କାଳିଆ ଯୋଜନା । ଚଳିତବର୍ଷ ଶେଷ ଦିନରେ ଚାଷିମାନଙ୍କୁ ନବବର୍ଷ ପାଇଁ କାଳିଆ ଯୋଜନାର ଉପହାର ଦେବେ । ଚାଷିଙ୍କ ଆର୍ଥିକ ସୁଦୃଢ କରିବା ପାଇଁ ଏହି ଯୋଜନା କରିଛନ୍ତି ସରକାର । ଏହି କାଳିଆ ଯୋଜନା ଦ୍ୱାରା ରାଜ୍ୟର ୩୦ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ଏଥିରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯିବ ସହିତ ବୀମା ସୁରକ୍ଷା ଓ ବିନା ସୁଧରେ ଫସଲ ରୁଣ ମଧ୍ୟ ଯୋଗାଇ ଦିଆଯିବ । ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର‌୍ୟ୍ୟନ୍ତ ୩ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଲାଗୁ ହେବ ।