Home ରାଜ୍ୟ କଳିଙ୍ଗ ଷ୍ଟାଡିୟରେ ସେଲଫି ଉଠାଇଲେ ସଚିନ୍ !

କଳିଙ୍ଗ ଷ୍ଟାଡିୟରେ ସେଲଫି ଉଠାଇଲେ ସଚିନ୍ !


ଭୁବନେଶ୍ୱର : ହକି ବିଶ୍ୱକପ୍ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କ୍ରକେଟ ଜଗତର ଭଗବାନ ସଚିନ ତେନ୍ଦୁଲକର । ସେଠାରେ ସଚିନ ପହଁଞ୍ଚିବା ପରେ ପର୍ଶକଙ୍କ ମଧ୍ୟରେ ନାହି ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଏବଂ ସେଠରେ ସଚିନ ଅନୁଭବ କରିଥିଲେ କି କପରି ହକି ପ୍ରତି ଭୁବନେଶ୍ୱର ବାସିଙ୍କର ଭଲପାଇବା ଅଛି । ତ’ାପରେ ସେଠାରେ ସେଲଫି ଉଠାଇ ନିଜ ଟ୍ୱିଟର ଏକାଉଣ୍ଟରେ ପୋଷ୍ଟ କରି ହକି ଇଣ୍ଡିଆ ଓ ଓଡିଶା ସରକାରଙ୍କୁ ବେଶ ପ୍ରଂଶସା କରିଛନ୍ତି । ରାଜ୍ୟ ସରକାର ଏଭଳି ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୁ ବେଶ ପ୍ରଂଶସା ମଧ୍ୟ କରିଛନ୍ତି ସଚିନ । ଏହାଛଡା ହକିର ଗଡ ଓଡିଶାରେ ହକିକୁ ନେଇ ଏକ ଭିନ୍ନ ବାତାବରଣ ରହିଛି । ଏଠାକାର ଲୋକଙ୍କ ମନରେ ହକିକୁ ନେଇ ଜବରଦସ୍ତ କ୍ରେଜ ରହିଛି । ଆଉ ଏଭଳି ଏକ ସ୍ଥାନକୁ ଆସି ମୁଁ ଗର୍ବିତ ବୋଲି କହିଛନ୍ତି ସଚିନ୍ ।