Home ରାଜ୍ୟ କଟକରେ ଏବେ ପୁଣି ଅଜଣା ଜନ୍ତୁର ଆତଙ୍କ । ହାତୀ ପାଇଁ ଜଗିଥିବା ବନକର୍ମଚାରୀ ଏବେ...

କଟକରେ ଏବେ ପୁଣି ଅଜଣା ଜନ୍ତୁର ଆତଙ୍କ । ହାତୀ ପାଇଁ ଜଗିଥିବା ବନକର୍ମଚାରୀ ଏବେ ଅଜଣା ଜନ୍ତୁ ପାଇଁ କରିଛନ୍ତି ପେଟ୍ରୋଲିଂ ।

କଟକ : କଟକ ଜିଲ୍ଲା ଗୋପାଳ ସାହି ରେ ଆତଙ୍କ ମ•ଇଛି କେହି ଅଜଣା ଜନ୍ତୁ । ନରାଜ ନିକଟସ୍ଥ ଅଚଂଳରେ କିଛିଦିନ ତଳେ ୧୭ଟି ମେଣ୍ଢା ଅଜଣା ଜନ୍ତୁର ଶିକାରରେ ମରିଥିବାର ଅଭିଯୋଗ ହୋଇଥିଲା , ମାତ୍ର ଗତକାଲି ରାତିରେ ଗୋପାଳ ସାହିରେ ଅନ୍ୟ ଏକ ମେଣ୍ଢା ମରିଥିବା ଖବର ଏବେ ଆତଙ୍କ ଖେଳାଇ ଦେଇଛି ।
ସୂଚନାଅନୁଯାୟୀ ନରାଜ ନିକଟସ୍ଥ ଗୋପାଳ ସାହି ରେ ଗତକାଲି ରାତି ରେ କୌଣସି ଏକ ଅଜଣା ଜନ୍ତୁ କୈଳାସ ସାହୁଙ୍କ ମେଣ୍ଢାଶାଳରେ ପଶି ମେଣ୍ଢା ମାରିଥିଲା । ତେବେ ଆଗରୁ ଘଟିଥିବା ମେଣ୍ଢା ମୃତ୍ୟ ଓ ଅଜଣା ଜନ୍ତୁର ଭୟ ଏବେ ଅଧିକ ଆତଙ୍କିତ କରିଦେଇଛି ଗ୍ରାମବାସୀଙ୍କୁ ।
ଏନେଇ ହାତୀ ପାଇଁ ଜଗିଥିବା ବନକର୍ମ•ରୀ ଏବେ ଅଜଣା ଜନ୍ତୁ ପାଇଁ କରିଛନ୍ତି ପେଟ୍ରୋଲିଂ ।