Home ରାଜ୍ୟ କଂଗ୍ରେସର ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ !

କଂଗ୍ରେସର ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ !


ଭୁବନେଶ୍ୱର ; କଂଗ୍ରେସର ସମ୍ବାଦିକ ସମ୍ମିଳନୀରେ ଶାସକ ଦଳକୁ ସିଧା ସଳଖ ଟାର୍ଗେଟ କଲେ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ସରକାରଙ୍କ ପ୍ରଶାସନିକ ରାଜନୈତିକ ମୂଲ୍ୟବୋଧ କୁ ଭର୍ତ୍ସନା କରିଛନ୍ତି । ଏହାସହ ବିଜୁ ଜନତା ଦଳର ସରକାରୀ ଅନୁଷ୍ଠାନ ଉପରେ ଅଧିକରଣ ଏବଂ ସରକାରୀ ବାବୁଙ୍କ ରଜନୈତିକ ମିଳନକୁ ତୀବ୍ର ନିନ୍ଦା କରିଛନ୍ତି । ସରକାରୀ ଅନୁଷ୍ଠାନରେ ଥାଇ ମଧ୍ୟ କିଛି ବିଶିଷ୍ଠ ବ୍ୟକ୍ତି ଶାସକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଶାସକ ଦଳ ସହ ମିଶ୍ରଣକୁ ନେଇ ନବୀନଙ୍କୁ ପ୍ରଶ୍ନ କରିଛନ୍ତି । ନବୀନଙ୍କ ବେପରୁଆ ମନୋଭାବକୁ ମଧ୍ୟ ନିନ୍ଦା କରିଛନ୍ତି । ନବୀନ ସରକାର ଡବଲ ରୁଟକୁ ସିଙ୍ଗଲ ରୁଟ୍ କରନ୍ତୁ , ନହେଲେ ଆଗାମୀ ଦିନରେ ବିକ୍ଷୋଭ କରିବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ସତ୍ୟପ୍ରକାଶ ।