Home ରାଜ୍ୟ ଓଡ଼ିଶା ମିଡ଼ିଆ ଜଗତର ବାଦଶାହା ଜାଗି ମଙ୍ଗତ ପଣ୍ଡା ଏବେ ଆକୁଳେ ଶରଣ ପଶିଲେ !

ଓଡ଼ିଶା ମିଡ଼ିଆ ଜଗତର ବାଦଶାହା ଜାଗି ମଙ୍ଗତ ପଣ୍ଡା ଏବେ ଆକୁଳେ ଶରଣ ପଶିଲେ !


ଭୁବନେଶ୍ୱର: ଓଡ଼ିଶା ମିଡ଼ିଆ ଜଗତର ବାଦଶାହା ଜାଗି ମଙ୍ଗତ ପଣ୍ଡା ଏବେ ଆକୁଳେ ଶରଣ ପଶିଛନ୍ତି । ସ୍ୱାମୀ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବନ ପରେ ଏବେ କୂଳ କିନାଁରା ପାଉ ନଥିବା ବେଳେ ଆଶା ବାଡ଼ି ସାଜିଛନ୍ତି ଜାଗି । ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କ ଅତି ନିକଟତର ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କୁ ଜାଗିଙ୍କ ସାକ୍ଷାତ ଓ ଆଲୋଚନା ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନା ଲାଗିରହିଛି । ଗତ ରବିବାର ଦିନ ମଂଚେଶ୍ୱର ରେ ଦୀର୍ଘ ସମୟ ଧରି ମୋହନ ଭାଗବତ ଓ ଜାଗିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା କଣ ହୋଇଥିଲା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ତାହା ସାଂସଦ ବୈଜୟନ୍ତ ବିଜେପିରେ ମିଶିବା ନେଇ କାଲେ ସନ୍ଧି କରିଛନ୍ତି ଜାଗି । ଯାହା ଏବେ ରାଜ୍ୟ ରାଜନୀତିରେ ସରଗରମ୍ କରୁଛି ।
ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ବିଦାୟ ପରେ କେଉଁ ଦଳକୁ ଯିବେ ସ୍ପଷ୍ଟ ହେବାରେ ବିଳମ୍ବ ହେବାର କାରଣ କଣ ? ଯଦି ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ତାହା ହେଲେ ସାଂସଦ ବିଜେପିରେ ମିଳିବାରେ ବିଳମ୍ବ କେଉଁଠି ହେଉଛି ? ସାଂସଦ ଜଣେ ରାଜନିିତିଜ୍ଞ ହୋଇଥିଲେ ମଧ୍ୟ ସେ ଜଣେ ଆଗ ଧାଡ଼ିର ଶିଳ୍ପପତି । ନିକଟରେ ବିଜେଡ଼ିରୁ ବିତାଡ଼ିତ ପରେ ରାୟଗଡ଼ା ଇମ୍ପା କମ୍ପାନୀରେ ମାସ ମାସ ଧରି ଉତ୍ପାଦନ ବନ୍ଦ ହୋଇଥିଲା । ଏହା ସହ ଯାଜପୁର ଇମ୍ପା ଖଣିରେ ମଧ୍ୟ ଠିକ୍ ଏକା ଦଶା ଦେଖିବାକୁ ମିଳିଥିଲା । ଯେଉଁଥିରେ କମ୍ପାନୀ ଶହ ଶହ କୋଟି ଲୁକଶାନ କରିଥିଲା । ସାଂସଦଙ୍କ ଏପରି ସମୟରେ ରାଜ୍ୟ ସରକାରଙ୍କ ପ୍ରଶାସକମାନେ ଏହାକୁ ସହଯୋଗ କରିନଥିବା ଅଭିଯୋଗ ଆସିଥିଲା । ଏପରି ସମୟରେ ଯଦି ସାଂସଦ ବିଜେପିରେ ଯୋଗ ଦାନ କରନ୍ତି ତେବେ ବିଜେଡି ୧୧୮ ବିଧାୟକ କମ୍ପାନୀ ପାଇଁ ନାନା ଅଡ଼ୁଆ ସୃଷ୍ଟି କରିପାରନ୍ତି । ଏପରିକି ସାଧାରଣ କଥାକୁ ନେଇ କମ୍ପାନୀ ବିରୋଧରେ ଜନଆନ୍ଦୋଳନ ସୃଷ୍ଟି ହେବା ନେଇ ସାଂସଦଙ୍କ ପରାମର୍ଶ ଦାତାମାନେ ଅନୁମାନ କରୁଛନ୍ତି । ଏହସହ ରାଜ୍ୟରେ ବିଜେପିର ସ୍ଥିତି ସରକାର ଗଢିବାର ସମ୍ଭାବନା ହଁ ନାଁ ମଧ୍ୟରେ ରହିଛି । ଯଦି ସାଂସଦ ବିଜେପିରେ ଯୋଗଦାନ କରନ୍ତି, ବିଜେପି ପରାଜୟ ବରଣ କରେ ତେବେ ସାଂସଦଙ୍କ ଅବସ୍ଥା ଶିଳ୍ପ ସାମ୍ରାଜ୍ୟ ଉପରେ ପ୍ରଭାବ ପଡ଼ିବା ନେଇ ଅନୁମାନ କରାଯାଉଛି । ତେଣୁ ସାଂସଦ ସମଦ୍ୱରତା ରଖି ଭାବିଚିନ୍ତି ନିର୍ବାଚନର ଅନ୍ତିମ ପର୍ଯ୍ୟୟରେ ନିଷ୍ପତି ନେବେ ବୋଲି କୁହାଯାଉଛି ।