Home ରାଜ୍ୟ ଓଡିଶାରେ ମୋଦି ; ଗେରୁଆ ରଙ୍ଗରେ ସଜେଇ ହୋଇଛି ରାଜଧାନୀ !

ଓଡିଶାରେ ମୋଦି ; ଗେରୁଆ ରଙ୍ଗରେ ସଜେଇ ହୋଇଛି ରାଜଧାନୀ !


ଭୁବନେଶ୍ୱର ;ମୋଦିଙ୍କ ଗସ୍ତକୁ ନେଇ ଚଳ ଚଞ୍ଚଳ ହୋଇଛି ରାଜ୍ୟ । ଗେରୁଆ ରଙ୍ଗରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ଲକ୍ଷ ଲକ୍ଷ ଲୋକେ ଅପେକ୍ଷା କରି ରହିଥିଲେ ମୋଦିଙ୍କ ଆଜିର ଓଡିଶା ଗସ୍ତକୁ । ଆଉ ଏହି ସବୁ ଭବ୍ୟ ଆୟୋଜନ ଭିତରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଓଡିଶାରେ ପହଞ୍ଚି ସିଧାସଳଖ ଆଇଆଇଟି କ୍ୟାମ୍ପସ୍ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଷି ଲାଲ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ପରେପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଏୟାରପୋର୍ଟରୁ ସିଧାସଳଖ ଆଇଆଇଟି କ୍ୟାମ୍ପସ୍ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଅରଗୁଳରୁ ପ୍ରାୟ ୧୫ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବାର କାର‌୍ୟ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ଆସିବାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ମୋଦିଙ୍କ ସଭାକୁ ପାଣି ବୋତଲ ଓ ପାଣି ପାଉଚ୍ ନେବା ଉପରେ କଟକଣା ଲଗାଇଛି ପୋଲିସ୍ । ଏହା ସହିତ ଗାଡି ପାର୍କିଂ ପାଇଁ ସଭାସ୍ଥଳ ପୂର୍ବରୁ ୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ସେହିପରି କେହି ବି ବିମାନବନ୍ଦର, ଜଟଣୀ ଅରଗୁଳ ଓ ଖୋର୍ଦ୍ଧାସ୍ଥଳ ପାଖାପାଖି ଡ୍ରୋନ ଉଡାଇ ପାରିବେନାହିଁ । ୪୫ପ୍ଲାଟୁନ ଫୋର୍ସ ମୂତୟନ କରାଯିବା ସହ ୪ଜଣ ଏସପି,୩୦ ଡିଏସପି ଓ ୪ଅତିରିକ୍ତ ଏସପି ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖିଛନ୍ତି ।