Home ରାଜ୍ୟ ଏଣିକି ଆହାର ରାତିରେ ବି ମିଳିବ !

ଏଣିକି ଆହାର ରାତିରେ ବି ମିଳିବ !


ଭୁବନେଶ୍ୱର : ଏହି ରାତ୍ରି ଆହାର ଯୋଜନାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପରିସରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ ୫୬ଟି କେନ୍ଦ୍ରରେ ରାତିରେ ଆହାର ମିଳିବ । ପ୍ରତିଦିନ ରାତି ୭ଟା ରୁ ୯ଟା ଭିତରେ ୧୫ ହଜାର ଲୋକଙ୍କୁ ରାତ୍ରି ଭୋଜନର ସୁବିଧା ମିଳିବ । ଏହି ଯୋଜନାରେ ଅନଲାଇନ ଅଡର ବ୍ୟବସ୍ଥା ମଧ୍ୟ ରହିଛି । ଏବଂ ଜନ୍ମ ଦିବସ, ବିବାହ ବାର୍ଷିକ ଓ ଶ୍ରାଦ୍ଧ ଦିବସ ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ ।