Home ରାଜ୍ୟ ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଚାଳକ ମଡ଼ାଇ ଦେଲା, ଜଣେ ଗୁରୁତର !

ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଚାଳକ ମଡ଼ାଇ ଦେଲା, ଜଣେ ଗୁରୁତର !


ନବରଙ୍ଗପୁର: ଉମରକୋର୍ଟ ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଦୁର୍ଘଟଣା, ଜଣେ ବାଇକ ଆରୋହୀ ଗୁରୁତର । ଗତକାଲି ବିଧାୟକଙ୍କ ଡ୍ରାଇଭର ରାଇଘରରୁ ଉକରକୋର୍ଟ ଆସୁଥିବା ବେଳେ ଲାଲପାରା ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗାଡ଼ିକୁ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ଚାପା ଲାଗିରହିଛି । ଅନ୍ୟପଟେ ବିଧାୟକ ଚାଷୀ ଆନ୍ଦୋଳନ ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି ।