ବାଲେଶ୍ୱର ; ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ମାନଷିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଓøପଦ ଥାନା କାନିକାପାଳ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଗାଁର ଅଭିମନ୍ୟୁ ପୋଲ ନାମକ ଯୁବକ ମହାରାଷ୍ଟ୍ରରେ ରତ୍ନଗିରି ଥେଡ଼ ଅଂଚଳରେ ଏକ ଘରୋଇ କ୍ମପାନୀରେ କାମ କରୁଥିବା ବେଳେ ନାବାଳିକା ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହାର ସୁଯୋଗ ନେଇ ନାବାଳକକୁ ୪ମାସ ପୂର୍ବ ଘରକୁ ଆଣିବାସହ ବିବାହ କରିଥିଲେ । ଗତକାଲି ନାବାଳିକାକୁ ଶାଶୁ ଘର ଲୋକ ଶାରିରୀକ ଓ ମାନଷିକ ନିର୍ଯାତନା ଦେଇଥିଲେ । ନାବାଳିକା ଜଣଙ୍କ ନିର୍ଯାତନା ସହିନପାରି ଗତ ରାତିରେ ଘରୁ ଲୁଚି ଆସୁଥିବା ବେଳେ ଗାଁର ଝରଣା ବେହେରା ନାମକଙ୍କ ମହିଳା ତାଙ୍କୁ ଅଟକାଇ ଚାଇଲ୍ଡ ଲାଇନଙ୍କୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ସହାୟତାରେ ଚାଇଲ୍ଡ ଲାଇନ ପହିଂଚି ନାବାଳିକାକୁ ଉଦ୍ଧାର କରିଥିଲା ।