Home ଦେଶ- ବିଦେଶ ଇଣ୍ଡୋନେସିଆରେ ସୁନାମୀ ; ୧୬୩ ମୃତ,୬୦୦ ରୁ ଅଧିକ ଆହାତ !

ଇଣ୍ଡୋନେସିଆରେ ସୁନାମୀ ; ୧୬୩ ମୃତ,୬୦୦ ରୁ ଅଧିକ ଆହାତ !


ଇଣ୍ଡୋନେସିଆ ; ଇଣ୍ଡୋନେସିଆରେ ଗତକାଲି ଆସିଥିବା ସୁନାମୀରେ ୧୬୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହଠାତ ସୁନ୍ଦା ଷ୍ଟ୍ରିଟ ବେଳାଭୂମିରେ ସୁନାମୀ ଆସିଥିଲା । କେହି କିଛି ବୁଝିବା ପୂର୍ବରୁ ସବୁକିଛି ଛାରଖାର କରିଦେଇଥିଲା ସୁନାମୀ । ବର୍ତ୍ତମାନ ସୁଦ୍ଧା ୧୬୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶାଙ୍କା ପ୍ରକାଶ ପାଇଛି । ତେବେ ୬୦୦ରୁ ଅଧିକ ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ସଂସ୍ଥାରୁ ମିଳିଥିବା ସୂଚନାନୁସାରେ ଭୂସ୍ଖଳନ ଯୋଗୁ ଏହି ସୁନାମୀ ଆସିଥିବା ଅନୁମାନ କରାଯାଉଛି ।