Home ରାଜ୍ୟ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୦’ର ଟ୍ରଫି ନିଜ ନାଁରେ କଲେ ସଲମାନ !

‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୦’ର ଟ୍ରଫି ନିଜ ନାଁରେ କଲେ ସଲମାନ !


ମୁୁମ୍ବାଇ; ‘ସୋନି’ ଟିଭିରେ ପ୍ରସାରିତ ହେଉଥିବା ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୦’ରେ ବାଜିମାର କଲେ ସଲମାନ । ଟପ୍ – ୫ ରେ ଥିବା ନୀତିନ କୁମାର, ସଲ୍ମାନ୍ ଅଲ୍ଲୀ, ଅଙ୍କୁଶ୍ ଭରଦ୍ୱାଜ୍, ନିଲଞ୍ଜନା ରାୟ ଓ ବିଭୋର ପରାଶରଙ୍କୁ ପଛରେ ପକାଇ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୦’ର ଟ୍ରଫି ନିଜ ନାଁରେ କରିଛନ୍ତି ଏହି ଯୁବ ଗାୟକ ସଲମାନ ଅଲ୍ଲୀ । ସଲମାନ ଏତେ ନିଖୁଣ ଭାବରେ ଗାଉଥିଲେ ଯେ ବଡ ବଡ ଗାୟକ ଓ ସଙ୍ଗୀତ ନର୍ଦ୍ଦେଶକ ବି ଆଶ୍ଚର୍ଯ୍ୟ ହେଇଯାଉଥିଲେ । ତାଙ୍କ କଣ୍ଟରେ ଯାଦୁରେ ସେ ସାରା ଭାରତବାସୀଙ୍କୁ ବିମୋହିତ କରି ୨ କୋଟି ଭୋଟ ପାଇ ବିଜେତା ହୋଇଥିଲେ । ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ସଲମାନଙ୍କୁ ବିଜୟୀ ଘୋଷଣା କରାଯିବ ସହିତ ତାଙ୍କୁ ’ଇଣ୍ଡିଆନ୍ ଆଇଡଲ୍’ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଓ ଏକ କାର ପ୍ରଦାନ କରାଯାଇଛି।
ତେବେ ଗତ ଜୁଲାଇ ୨୯ରୁ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ -୧୦’ ଆରମ୍ଭ ହୋଇ ଗତକାଲି ଶେଷ ହୋଇଛି । ଏହି ଶୋ’ରେ ମନୀଷ ପଲ୍ ଉପସ୍ଥାପକ ଥିଲେ।ଏଥିରେ ପ୍ରଥମେ ଅନୁ ମଲିକ, ଭିଶାଲ୍ ଦଦ୍ଲାନି ଓ ନେହା କକ୍କର ବିଚାରକ ଥିଲେ। ‘ମି ଠୁ’ ଅଭିଯୋଗ ଆସିବା ପରେ ଅନୁ ମଲିକ ନିଜେ ଶୋ’ ଛାଡ଼ି ଦେଇଥିଲେ। ତାଙ୍କ ସ୍ଥାନ ନେଇଥିଲେ ଜାଭେଦ୍ ଅଲ୍ଲୀ। ଗତକଲିର ଗ୍ରାଣ୍ଡ ଫିନାଲରେ ‘ଜିରୋ’ ଫିଲ୍ମରେ ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ଶାହାରୁଖ୍ ଖାନ୍, କ୍ୟାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମା ଯୋଗ ଦେଇ’ଜିରୋ’ର ପ୍ରମୋସନ୍ କରିଥିଲେ।