ସମ୍ବଲପୁରୀ:ଆଲବମ୍ ଅଭିନେତ୍ରୀ ତଥା ସେଲଫି ବେବୋ ସିମରନ୍ ସିଂହଙ୍କ ମୃତ୍ୟୁକୁ ନେଇ ଅଡ଼ୁଆରେ ପୋଲିସ । ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ପଶ୍ଚିମ ଓଡ଼ିଶାରେ ଜାଲ ବିଛାଇଥିବା ପୋଲିସ ହତ୍ୟାର ଗୁମର କିଛିମାତ୍ରାରେ ଫିଟିବାରେ ଲାଗିଛି । ଆଜି ତାଙ୍କ ବୟଫ୍ରେଣ୍ଡ ଧ୍ରୁବରାଜଙ୍କୁ ବେଲପଡା ପୋଲିସ ଅଟକରଖି ପଚରାଉଚରା କରୁଛି । ସିମରନଙ୍କୁ ଧ୍ରୁବରାଜ ଗୁପ୍ତ ବିବାହ କରିଥିବା ମଧ୍ୟ ସ୍ୱୀକାର କରିଛି । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସିମରନ୍ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏକ ଭଏସ ମେସେଜେ ପଠାଇଥିବା ଦେଖିବାକୁ ମିଳିଛି । ଯାହା ଏବେ ସାରା ଅଂଚଳରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ଭଏସ୍ ସିମରନଙ୍କ ସ୍ପଷ୍ଟ ଭାବେ ପୋଲିସ କହିନଥିବା ବେଳେ ତଦନ୍ତ ଜାରି ରଖିଛି । ଏହି ଅଡ଼ିଓରେ ସେ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିବା କହିଛନ୍ତି । ଏହାସହ ନିଜକୁ ଛାଡ଼ି ଓ ପରିବାରକୁ ଛାଡ଼ି ଦୂରକୁ ଚାଲିଯିବା କଥା ପ୍ରକାଶ କରିଛନ୍ତି । ଆପଣାଲୋକଙ୍କୁ ବିଶ୍ୱାସ କରିବା ପାଇଁ ବହୁ କାକୁତିମିତନି ହୋଇ କହିଥିବା ଶୁଣିବାକୁ ମିଳୁଛି । ମୁଁ ଭାଙ୍ଗି ପଡ଼ିଛି, ଆଉ ସହିହେଉନି ତେଣୁ ମୁଁ ତୁମ ଠାରୁ ପରିବାର ଠାରୁ ବିଦାୟ ନେଉଥିବା ଶୁଣିବାକୁ ମିଳୁଛି ।
ସୂଚନାଅନୁଯାୟୀ ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ମହିଳାଙ୍କ ମୃତ ଦେହ ପଡ଼ିଥିବା ଖବର ଗଣମାଧ୍ୟମରେ ପ୍ରଚାର ହେଲା । ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ମୃତ ମହିଳାଙ୍କ ପରିଚୟ ଆଲବମ୍ ଅଭିନେତ୍ରୀ ସିମରନ୍ ବୋଲି ଜାଣିବାକୁ ପାଇଥିଲା । ଯାହାକୁ ନେଇ ପରିବାର ଲୋକ ଥାନରେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।