Home ରାଜ୍ୟ ଆନ୍ତର୍ଜାତୀୟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ଢଙ୍ଗରେ ପାଳିଲେ ବଡଦିନ ।

ଆନ୍ତର୍ଜାତୀୟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ଢଙ୍ଗରେ ପାଳିଲେ ବଡଦିନ ।

ପୁରୀ ବେଳାଭୂମି ରେ ବଡଦିନରେ ତିଆରି କଲେ ସାନ୍ତାକ୍ଲଜର ଏକ ବିରାଟକାୟ ବାଲୁକା କଳା । ତେବେ ସେ ବିଶ୍ୱବାସୀଙ୍କୁ ବଡଦିନର ସୁଭେଚ୍ଛା ଜଣାଇ ପ୍ଲାଷ୍ଟିକମୁକ୍ତ ବିଶ୍ୱଗଠନ ଲକ୍ଷରେ ୮୦୦ ଟନ୍ ବାଲି ସହ ୧୦ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଗଢିଛନ୍ତି ଉକ୍ତ ସାନ୍ତାକ୍ଲଜ ।
ଉକ୍ତ ସାନ୍ତାକ୍ଲଜର ବାଲୁକା କଳା କୁ ପୁରା କରିବା ପାଇଁ ପୁରୀ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇଷ୍ଟିଚ୍ୟୁଟର ୪୦ ଜଣ ସହଯୋଗୀ ଙ୍କ ସମେତ ୨ ଦିନ ସମୟ ଲାଗିଥିଲା । ଏହି ବାଲୁକା କଳାର ଉଚ୍ଚତା ୩୦ ଫୁଟ ଥିବା ବେଳେ ଓସାର ପ୍ରାୟ ୧୦୦ ଫୁଟ ରହିଛି ।