Home ଦେଶ- ବିଦେଶ ଆତଙ୍କବାଦୀଙ୍କ ବର୍ବର କାଣ୍ଡ !

ଆତଙ୍କବାଦୀଙ୍କ ବର୍ବର କାଣ୍ଡ !


ଶ୍ରୀନଗର : ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାରେ ଆତଙ୍କବାଦ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ପୁଲିସ୍ କର୍ମଚାରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁଚନା ଅନୁଯାଇ, ଏକ ଆବାସିକ ଅଞ୍ଚଳରେ ଏହି ପୁଲିସ୍ କର୍ମି ନିୟୋଜିତଥିଲେ । ହଠାତ ଆତଙ୍କବାଦୀମାନେ ଅତର୍କିତ ଭାବେ ସେଠାରେ ନିୟୋଜିତଥିବା ପୁଲିସକର୍ମିଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଘଟଣା ସ୍ଥଳରେ ୩ଜଣ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାପରେ ସୁରକ୍ଷାକର୍ମିଙ୍କ ଏକ ଟିମ୍ ସେଠାରେ ପହଂଚି ସର୍ଚ୍ଚ ଅପେରେସନ ଆରମ୍ଭ କରିଛି ।