Home ଖେଳ ଆଜି ହକି ବିଶ୍ୱକପ୍ ସେମିଫାଇନାଲ : ବେଲଜିୟମ ବନାମ ଇଂଲଣ୍ଡ, ନେଦରଲ୍ୟାଣ୍ଡ ବନାମ ଅଷ୍ଟେଲିଆ !

ଆଜି ହକି ବିଶ୍ୱକପ୍ ସେମିଫାଇନାଲ : ବେଲଜିୟମ ବନାମ ଇଂଲଣ୍ଡ, ନେଦରଲ୍ୟାଣ୍ଡ ବନାମ ଅଷ୍ଟେଲିଆ !


ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପରେ ଆଜି ଖେଳାଯିବ ସେମିଫାଇନାଲ ମ୍ୟାଚ । ଆଜି ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ବେଲଜିୟମ-ଇଂଲଣ୍ଡ ଅପରାହ୍ନ ୪ଟାରେ ଦୁହେଁ ଦୁହିଁଙ୍କୁ ଭେଟିବେ । ସେହିପରି ଦ୍ୱିତୀୟ ମ୍ୟାଚଟି ନେଦରଲ୍ୟାଣ୍ଡ-ଅଷ୍ଟ୍ରେଲିଆ ସଂଧ୍ୟା ୬ଟାରେ ଦୁହେଁ ଦୁହିଁଙ୍କୁ ଭେଟିବ । ଅଷ୍ଟେଲିଆ ଓ ନେଦରଲ୍ୟାଣ୍ଡ ଦଳ ଆକ୍ରାତ୍ମକ ଖେଳିବାରେ ଧୁରନ୍ଧର । ଲଂଣ୍ଡନ ଓ ବେଲଜିୟମ ଏହି ଦୁଇ ଦଳ ବିଶ୍ୱକପ ଇତିହାସରେ ସଫଳ ଦଳ ନୁହନ୍ତି । କାରଣ ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ବେଲଜିୟମ୍ ପ୍ରଥମ ଥର ସେମିଫାଇନାଲ୍ ଉଠିଛି । ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ ପଞ୍ଚମ ସ୍ଥାନ ଦଖଲ ଯାହାକୁ ସେ ୪ ବର୍ଷ ତଳେ ପାଇଥିଲା। ସେହିଭଳି ଗତ ସଂସ୍କରଣରେ ଚତୁର୍ଥ ରହିଥିବା ଇଂଲଣ୍ଡ ବିଶ୍ୱକପରେ ଥରେ ମାତ୍ର ପଦକ ଜିତିଛି। ତା ପୁଣି ୧୯୮୬ ମସିହାରେ ମାନେ ୩୨ ବର୍ଷ ତଳେ । ତେବେ ଆଜିର ହାଇଭୋଲଟେଜ ମ୍ୟାଚ ଦେଖିବାକୁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।