Home ଖେଳ ଆଜି ବସିବ ୨୦୧୯ ଆଇପିଏଲର ହାଟ ।

ଆଜି ବସିବ ୨୦୧୯ ଆଇପିଏଲର ହାଟ ।


ଭୁବନେଶ୍ୱର : ଆଜି ୨୦୧୯ ଆଇପିଏଲ୍ ପାଇଁ ନିଲାମୀ ପ୍ରକ୍ରିୟା ହେବ । ପୂର୍ବ ବର୍ଷ ଏହି ନିଲାମୀ ପ୍ରକ୍ରୟାଟି ବାଙ୍ଗାଲୋର ଠାରେ ବସିଥିଲା । କିନ୍ତୁ ଏଥର ରାଜସ୍ଥାନର ଜୟପୁର ଠାରେ ଏହି ପ୍ରକ୍ରିୟା ବସିବ । ଏହି ନିଲାମୀ ବଜାରରେ କେବଳ ୭୦ଜଣ ଖେଳାଳିଙ୍କୁ ସ୍ଥାନ ପାଇଛନ୍ତି । ଏଥିରେ ୫୦ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ୨୦ଜଣ ବିଦେଶୀ ଖେଳାଳି ରହିଛନ୍ତି । । ତେବେ ନିଲାମୀ ପ୍ରକ୍ରିୟା ପୂର୍ବରୁ ଗତ ମାସରେ ଦଳ ଗୁଡିକ କେଉଁ ଖେଳାଳୀ ଦଳରେ ରହିବେ ଏବଂ କାହାକୁ ଦଳ ଛାଡି ଥିଲେ ସେନେଇ ଘୋଷଣା କରାଯାଇଥିଲା । ଏହି ପ୍ରକ୍ରିୟାରେ କିଙ୍ଗସ ଏକାଦଶ ପଞ୍ଜାବ ଯୁବରାଜ ସିଂହ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସ ଗୌତମ ଗମ୍ଭୀରକୁ ପରିତ୍ୟାଗ କରିଥିଲା । ୮ଟି ଦଳ ପାଖରେ ନିଲାମୀରେ ଡାକ ଲଗାଇବା ପାଇଁ ୧୪୫କୋଟି ୨୫ଲକ୍ଷ ଟଙ୍କା ରହିଛି । ତେବେ ଆଜି ଗୋଟିଏ ଦିନ ପାଇଁ ଏହି ଆଇପିଏଲ ବାଜାର ବସିବ ।