Home ରାଜ୍ୟ ଆଉ ନାହାନ୍ତି ଓଲିଉଡ ଅଭିନେତ୍ରୀ ଏସିପି ନିକିତା !

ଆଉ ନାହାନ୍ତି ଓଲିଉଡ ଅଭିନେତ୍ରୀ ଏସିପି ନିକିତା !


କଟକ: ପଶ୍ଚିମ ଓଡ଼ଶାରେ ଆଲବମ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ରାଜ୍ୟବାସୀଙ୍କ ମନରୁ ଲିଭିନଥିବା ବେଳେ, ଆଉ ଏକ ଚର୍ଚ୍ଚିତ ନାୟିକାଙ୍କ ଅଚାନକ ମୃତ୍ୟୁ ଓଲିଉଡ଼ ଜଗତକୁ ଶାନ୍ତ କରିଦେଇଛି । ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ଆଜି ତାଙ୍କ କଟକ ବାସଭବନରେ ସନ୍ଦେହଜନକ ମୃତ୍ୟୁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନାଅନୁଯାୟୀ ଅଭିନେତ୍ରୀ ନିକିତା କୌଣସି କାରଣରୁ ଏକ ଉଚ୍ଚା ଜାଗାରୁ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହାପରେ ପରିବାର ଲୋକ ତୁରନ୍ତ ଏକ ଘରୋଇ ମେଡ଼ିକାଲକୁ ନେଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିକିତା ଓଡ଼ିଆ ଆଲବମ୍ ଓ ସିନେଜଗତର ଜଣେ ଜଣାଶୁଣା ଅଭିନେତ୍ରୀ । ଏସିପି ନିକିତା ଧାରାବାହିକରେ ଅଭିନୟ ଯାଦୁରେ ଦର୍ଶକଙ୍କ ମନ କିଣିଥିଲେ । ପରେ ଆଖି ଖୋଲିବାକୁ ଡ଼ର ଲାଗୁଛି,ଚୋରି ଚୋରି ମନ ଚୋରି ଓ ମାଆର ପଣତକାନିରେ ନାୟିକାଭାବେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ । ମୃତ୍ୟୁ ରହସ୍ୟ ଅଗଚୋର ରହିଥିବା ବେଳେ ପୋଲିସ ନିକଟରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।