Home ରାଜ୍ୟ ଅସୁରକ୍ଷିତ ବିଧାୟକ,ଅଚିନ୍ତା ନିଦରେ ପ୍ରଶାସକ!

ଅସୁରକ୍ଷିତ ବିଧାୟକ,ଅଚିନ୍ତା ନିଦରେ ପ୍ରଶାସକ!


ନବରଙ୍ଗପୁର ; ପୁଣି ଅସୁରକ୍ଷିତ ବିଧାୟକ । ନବରଙ୍ଗପୁର କୋଡିଙ୍ଗାର ପୁର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ୨ଲକ୍ଷ ୫୫ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଅଭିଯୋଗ ଅନୁସାରେ ବିଧାୟକ ନବରଙ୍ଗପୁର ସହର ହିର୍ଲି ନିକଟସ୍ଥ ତାଙ୍କ ନିଜ ପେଟ୍ରୋଲ ପମ୍ପରୁ ବିକ୍ରି ହୋଇଥିବା ଟଙ୍କା ସଂଗ୍ରହ କରି ବୋଲେରେ ଯୋଗେ ଘରକୁ ଫେରୁଥିବା ସମୟରେ ଏହି ଲୁଟ ହୋଇଛି । ଦୁଇ ଦୁର୍ବୁତ୍ତ ବାଇକରେ ଆସି ତାଙ୍କଠୁ ଟଙ୍କା ଲୁଟିନେଇଥିଲେ । ଏନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ସଦନ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।