Home ରାଜ୍ୟ ଅବଲୋକରା ତୁଣ୍ଡ ନେଲା ମନ୍ତ୍ରୀପଦ; ଅପେକ୍ଷାରେ ବଦ୍ରି ଓ ସୂର୍ଯ୍ୟ, ଦିଲ୍ଲୀରୁ ଫେରିଲେ…

ଅବଲୋକରା ତୁଣ୍ଡ ନେଲା ମନ୍ତ୍ରୀପଦ; ଅପେକ୍ଷାରେ ବଦ୍ରି ଓ ସୂର୍ଯ୍ୟ, ଦିଲ୍ଲୀରୁ ଫେରିଲେ…


ଭୁବନେଶ୍ୱର: ବିରୋଧିଙ୍କ ପ୍ରତିବାଦ ଓ ପ୍ରତିରୋଧ ସମ୍ଭାଳି ପାରିଲେନି, ଶେଷରେ ମୁଣ୍ଡ ନୁଆଁଇଲେ ମହାରଥୀ । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ମନ୍ତ୍ରୀ ପ୍ରଦୀପ ମହାରଥୀ । ପିପିଲି ପୀଡ଼ିତା ରାୟକୁ ନେଇ ଦେଇଥିବା ମନ୍ତବ୍ୟ ଏବେ ମହଙ୍ଗା ପଡ଼ିଛି । ଅବଲୋକରା ତୁଣ୍ଡ ଏବେ ନେଇଗଲା ମନ୍ତ୍ରୀ ପଦ । ଯାହାକୁ ନେଇ ପୂର୍ବରୁ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ରାଜ୍ୟରେ ଆନ୍ଦୋଳନ ଥମିବାର ନାଁ ଧରିନଥିଲା । ଏହାକୁ ନେଇ ଗତକାଲି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟର ଦୁଇ ବିରୋଧି ସରକାରଙ୍କୁ ଘେରିବାରେ ସୁଯୋଗ ଦେଉଥିଲା । ଶେଷରେ ନିରୁପାୟ ହୋଇ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ମହାରଥୀ । ଅନ୍ୟପଟେ ଖାଲି ମହାରଥୀ ନୁହଁନ୍ତି, ଉପକୂଳ ଓଡ଼ିଶାରୁ ଜଣେ ମନ୍ତ୍ରୀଙ୍କ ଓ ପଶ୍ଚିମ ଓଡ଼ିଶାରୁ ଜଣେ ମନ୍ତ୍ରୀଙ୍କ ପଦ ଯିବା ନେଇ ସୂଚନା ମିଳିଛି । ତେବେ ବହୁଦିନ ହେବ ନିଜ ପୁଅମାନଙ୍କ ପାଇଁ ଛନ୍ଦିହୋଇଥିବା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ବଦ୍ରୀ ନାରାୟଣ ପାତ୍ରଙ୍କ ପଦଯିବା ନିଶ୍ଚିତ ହୋଇଛି । ଅପରପକ୍ଷେ ନିର୍ବାଚନ ପାଖେଇ ଆସୁଥିବାରୁ ୩ ମନ୍ତ୍ରୀଙ୍କୁ ସାଂଗଠନିକ ଦାୟୀତ୍ୱ ଦିଆଯିବା ନେଇ ଜଣେ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।