Home ରାଜ୍ୟ ଅବକାରୀ ବିଭାଗର ଅଚାନକ ରେଡ୍ ; ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ମଦ ,...

ଅବକାରୀ ବିଭାଗର ଅଚାନକ ରେଡ୍ ; ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ମଦ , ଜଣେ ଗିରଫ !

238


ଢେଙ୍କାନାଳ ; ନକଲି ମଦ କାରଖାନା ଉପରେ ଅଚାନକ ରେଡ୍ କଲା ଅବକାରୀ ବିଭାଗ । ବେଆଇନ ଭାବେ ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ମଦ କାରବାର । କିନ୍ତୁ ସବୁ ଜାଣି ମଧ୍ୟ ଚୁପ୍ ରହିଥିଲା ପୋଲିସ । ତେବେ ଅଚାନକ ଢେଙ୍କାନାଳ ଅବକାରୀ ବିଭାଗ ତରଫରୁ ଭୁବନର ଗୁଜୁରିହାଟ ନିକଟରେ ଥିବା ଏକ ମଦ ତିଆରି କାରଖାନା ଉପରେ ଚଢାଉ କରାଯାଇଛି । ଚଢାଉ ସମୟରେ ୨୫୫ ବଟଲ ନକଲି ମଦ ସହ ମଦ ତିଆରି ପାଇଂ ବ୍ୟବହୃତ ୧୫୦ ଲିଟର ସ୍ପିରିଟ,୨୦ ଲିଟର କାରାମାଲ ଓ ବିଭିନ୍ନ ମଦ ତିଆରି ସରଞ୍ଜାମ ଜବତ ହୋଇଛି । ନକଲି ମଦ ପାଇଁ ୩ ହଜାରରୁ ଉଦ୍ଧ୍ୱର୍ ହଲଗ୍ରାମ ଓ ଲେବୁଲ ଜବତ କରାଯିବା ସହ ମଦ ବଟଲକୁ ସିଲ୍ ପାଇଁ ବ୍ୟବହୃତ ହେଉଥିବା ମେସିନକୁ ସିଲ କରାଯାଇଛି । ଏହାସହ ମଦ ତିଆରି କରୁଥିବା ରଞ୍ଜନ ଗୁରୁଙ୍କୁ ଗିରଫ କରାଯାଇଛି ।