Home ରାଜ୍ୟ ଅବକାରୀ ବିଭାଗର ଅଚାନକ ନିଦ ଭାଙ୍ଗିଲା,ଲକ୍ଷାଧିକ ଟଙ୍କାର ଦେଶୀ ମଦ,ମହୁଲି ଫୁଲ ଜବତ କଲା!

ଅବକାରୀ ବିଭାଗର ଅଚାନକ ନିଦ ଭାଙ୍ଗିଲା,ଲକ୍ଷାଧିକ ଟଙ୍କାର ଦେଶୀ ମଦ,ମହୁଲି ଫୁଲ ଜବତ କଲା!


କଳାହାଣ୍ଡି ; ଅବକାରୀ ବିଭାଗର ନିଦ ଭାଙ୍ଗିଗଲା । ରାତି ଅଧରେ ରେଡ୍ କରି ଲକ୍ଷାଧିକ ଦେଶୀ ରନ୍ଧା ମଦ ମହୁଲି ଫୁଲ କୁ ଜବତ କଲା । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ଅଚାନକ ରେଡ୍ କରି ଏପରି ସଫଳତା ସାଉଣ୍ଟିଛି ଅବକାରୀ ବିଭାଗ । ସାରା ଜିଲ୍ଲାରେ ଯେତେବେଳେ ମଦ ନିଶା କବଳରେ ଯୁବକ ନିତି ନୈତିକତା ହରାଇ ବାଟ ହୁଡିଲାଣି ସେତେବେଳେ ଆଜି ଜିଲ୍ଲା ଅବକାରୀ ବିଭାଗର ନିଦ ଭାଙ୍ଗିଛି । ବହୁ ବର୍ଷ ହେବ ବେଆଇନ ଭାବେ ସାରା ଜିଲ୍ଲାରେ ମଦର ପସରା ଖୋଲାଯାଇଛି ଯାହାକୁ ନେଇ ପ୍ରଶାସନ ନିକଟରେ ଆଦିବାସୀ ଆନ୍ଦୋଳନ ବିକ୍ଷୋଭ ସମାବେଶ କରିଥିଲେ ମଧ୍ୟ ଖାଲି ମିଳିଥିଲା ପ୍ରତିଶ୍ରୁତି । ବହୁ ନିଶା କାରବାର ହେଉଥିବା ଅଭିଯୋଗ ପରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ବିଶ୍ୱନାଥ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଡିଏସଇ ଉମାଶଙ୍କର ପ୍ରଧାନ , କେସିଙ୍ଗା ଇନସ୍ପେକ୍ଟର ସହ ୩ ପ୍ଲାଟୁନ ଅବକାରୀ ପୋଲିସ ୭ଟି ବୋଲେରୋରେ ଆସି ସାରା ଅଞ୍ଚଳରେ ଖୋଳତାଡ କରିଥିଲେ । ଖମରପଦର ଠାରେ ଛାନ୍ନଭିନ୍ନ କରି ବହୁ ସ୍ଥାନରୁ ଦେଶୀ ମଦ ସହ ମହୁଲ ଫୁଲ ,ମଦ ରାନ୍ଧିବା ସାମଗ୍ରୀକୁ ଜବତ କରିବା ସହ ସେ ସବୁକୁ ନଷ୍ଟ କରିଥିଲା । ହାରାହାରି ୧ ଲକ୍ଷରୁ ଉଦ୍ଧ୍ୱର୍ ମଦ ସାମଗ୍ରୀ ଜବତ କରାଯାଇଛି । କିନ୍ତୁ ମଦ ତିଆରିରେ ସମ୍ପୃକ୍ତ ମଦ ମାଫିଆ ମାନେ ଧରା ପଡି ନଥିଲେ ।