Home ଖେଳ ଅନ୍ତିମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ ଘୋଷଣା !

ଅନ୍ତିମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ ଘୋଷଣା !

272


ଭୁବନେଶ୍ୱର : ଭାରତ ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚ ତଥା ଅନ୍ତିମ ମ୍ୟାଚ ଆସନ୍ତାକାଲି ଅଷ୍ଟ୍ରେଲିଆର ସିଡନୀ ଠାରେ ହେବ । ଏହି ଟେଷ୍ଟ ମ୍ୟାଚଲାଗି ଏଥିଲାଗି ୧୩ ଜଚ୍ଚିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଆଜି ଘୋଷଣା ହୋଇଥିବା ୧୩ଜଚ୍ଚିଆ ଟିମରେ ଲୋକେଶ ରାହୁଲ ସ୍ଥାନ ପାଇଛନ୍ତି ଏବଂ ସ୍ପିନ ବୋଲର ରବିଜନ୍ଦ୍ରନ ଅଶ୍ୱିନଙ୍କ ନାଁ ମଧ୍ୟ ସାମିଲ ହୋଇଛି । ତେବେ ଅଶ୍ୱିନ ମ୍ୟାଚରେ ଖେଳିବେ କି ନାହିଁ ତାହା ଆସନ୍ତାକାଲି ସକାଳେ ନିଷ୍ପତି ନିଆଯିବ । ରୋହିତ ଶର୍ମା ଭାରତରେ ଫେରି ଆସିଥିବାରୁ ଏହି ଅନ୍ତିମ ଟେଷ୍ଟ ଖେଳିବେ ନାହିଁ । ଉମେଶ ଯାଦବ ଓ କୁଲଦୀପ ଯାଦବଙ୍କୁ ତାଲିକରେ ରଖାଯାଇଛି । ତେବେ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ଟିମରେ ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅଶ୍ୱିନ୍, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ଉମେଶ ଯାଦବ ସ୍ଥାନ ପାଇଛନ୍ତି । ଏହାସହ ଭାରତ ଏହି ସିରିଜରେ ୨-୧ରେ ଆଗୁଆ ରହିଛି ।