Home ରାଜ୍ୟ ଅଗ୍ନି-୪ର ପରୀକ୍ଷା ସଫଳ !

ଅଗ୍ନି-୪ର ପରୀକ୍ଷା ସଫଳ !


ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱିପରେ ଆଜି ନିର୍ଦ୍ଧାରିତ ସମୟ ସକାଳ ୮.୩୦ ମିନିଟ ସମୟରେ ଅଗ୍ନି-୪ ପରିକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ସଫଳ ହୋଇଥିବା ଯଣାପଡ଼ିଛି । ଏହା ହେଉଛି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର। ଏହି କ୍ଷେପଣାଅସ୍ତ୍ରର ଲମ୍ବ ୨୦ ମିଟର ଏବଂ ଓଜନ ୧୭ ଟନ୍ ରହିଛି । ଏହା ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ତ ଦ୍ବାରା ଶେଷଥର ପାଇଁ ୨୦୧୫ ମସିହା ନଭେମ୍ବର ୧୦ ତାରିଖରେ ପରୀକ୍ଷଣ କରାଯାଇଥିଲା। ହେଲେ ତାହା ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। କିନ୍ତୁ ଏଥର ପରୀକ୍ଷା ସଫଳ ହୋଇଛି ।