Home ରାଜ୍ୟ କଂଗ୍ରେସର ପରିବର୍ତ୍ତନ ସମାବେଶରେ କପ୍ତାନ ରାହୁଲଙ୍କ ଉପସ୍ଥିତିରେ ହାତ ଧରିଲେ ପଞ୍ଚାନନ ଓ ଅନିଲ !

କଂଗ୍ରେସର ପରିବର୍ତ୍ତନ ସମାବେଶରେ କପ୍ତାନ ରାହୁଲଙ୍କ ଉପସ୍ଥିତିରେ ହାତ ଧରିଲେ ପଞ୍ଚାନନ ଓ ଅନିଲ !

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କଂଗ୍ରେସରେ ସାମିଲ ହେଲେ । ଆଜି କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲଙ୍କ ଉପସ୍ଥିତିରେ ହାତ ଧରିଛନ୍ତି । ଦୀର୍ଘ ଦିନ ହେବ କ୍ଷମତା ରାଜନୀତିରୁ ଦୂରେଇ ଯାଇଥିବା ଏହି ବଳିଆନ ନେତାଙ୍କୁ ପାଇଁ କଂଗ୍ରେସ ରାଜ୍ୟରେ ବଳ ଗୋଟାଇଛି । ଏହାସହ ଦୀର୍ଘ ଦିନର ହୋଉଥିବା ଚର୍ଚ୍ଚା ଆଲୋଚନାର ପରିସମାପ୍ତି ଘଟିଛି । ଏହି କ୍ଷମତାବାନ ନେତାଙ୍କ କଂଗ୍ରେସରେ ଯୋଗଦାନକୁ ଘରବାହୁଡ଼ା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗତ କିଛି ଦିନ ହେବ ପଞ୍ଚନନଙ୍କୁ ନେଇ ବିଜେଡ଼ି ବିରୋଧି ଦାମଙ୍କ ମେଂଟରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ଯାହାକୁ ପଞ୍ଚାନନ ଆଜି ସକାଳେ କଂଗ୍ରେସରେ ଯୋଗ ଦେବା ନେଇ ପ୍ରକାଶ କରିଥିଲେ । ଶତୁରୀ ଦଶକରୁ ଏହି କ୍ଷମତାବାନ ନେତା ଛାତ୍ର କଂଗ୍ରେସରୁ ରାଜନୀତି ଆରମ୍ଭ କରି ପରବର୍ତି ସମୟରେ ଶ୍ରମିକମାନଙ୍କ ନେତୃତ୍ୱ ଦେଇଛନ୍ତି । ତେବେ ଜରୁରୀ କାଳୀନ ପରିସ୍ଥିତକୁ ବିରୋଧ କରି ଜେଲ ଜିବା ପରେ କଂଗ୍ରେସ ଛାଡ଼ିଥିଲେ ପଞ୍ଚାନନ । ଜେଲରୁ ଫେରିବା ପରେ ସେସମୟର ଜନତା ପାର୍ଟିରେ ଯୋଗ ଦେଇ ୧୯୭୭ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ମସିହାରେ ରାଜ୍ୟ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ଭାହ କରିଛନ୍ତି । ୨୦୦୪ରେ ପରାଜୟ ପରେ ଦଳରେ ନିଜର ଦବଦବା ହ୍ରାସ ପାଇଥିଲା । ଶେଷରେ ୨୦୦୮ ମସହାରେ ଦଳରୁ ଇସ୍ତଫା ଦେଇଥିଲେ । ଦୀର୍ଘ ୧୧ ବର୍ଷ ହେବ କ୍ଷମତା ରାଜନୀତିରୁ ଦୂରେଇ ରହିଥିବା ବେଳେ କଂଗ୍ରେସରେ ଯୋଗ ଦାନ କେତେ ସଫଳ ହେଉଛି ତାହା ସମୟ କହିବ । ଅନ୍ୟପଟେ କଂଗ୍ରେସରେ ପଞ୍ଚାନନଙ୍କ ଯୋଗଦାନକୁ ଫଳହୀନ କହିଛି ବିଜେପି ଓ ବିଜେଡି । ଏହି କାର୍ଯ୍ୟକ୍ରମରେ କୋରାପୁଟର ଅନିଲ ସିଂହ ଦେଓ ମଧ୍ୟ କଂଗ୍ରେସର ହାତ ଧରିଛନ୍ତି ।